Author: Sarasinee Subudhi

ଖୁବ୍‌ଶୀଘ୍ର ହେବ ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଦିନକ ତଳେ ପୁନର୍ବାର ରାଜ୍ୟ ସଭାପତି ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କ ଏହି ଇଙ୍ଗିତ ଆଶାୟୀଙ୍କୁ ଅସ୍ଥିର କରିଛି। ଅନ୍ୟପକ୍ଷରେ ମନ୍ତ୍ରୀମଣ୍ଡଳରୁ ବାଦ ଆଶଙ୍କାରେ ଥ‌ିବା ତିନି ଚାରିଜଣ ମନ୍ତ୍ରୀ ମଧ୍ୟ ଅନୁଭବ କରୁଛନ୍ତି । ଖବର ଅନୁଯାୟୀ, ଚଳିତ ମାସ ମୋହନଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ସମ୍ପ୍ରସାରଣ ହୋଇପାରେ। ସମ୍ଭବତଃ ୨୪ ତାରିଖରୁ ୩୧ ତାରିଖ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି। ଆସନ୍ତାକାଲିଠାରୁ କୃଷ୍ଣପକ୍ଷ ଆରମ୍ଭ। ତେଣୁ ୨୪ ତାରିଖରେ ଅମାବାସ୍ୟା ପରେ ନୂଆ ମନ୍ତ୍ରୀ ପରିଷଦ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି । ସ୍ବାସ୍ଥ୍ୟ, ଆଇନ, ଯୋଗାଣ, ଉଚ୍ଚଶିକ୍ଷା ଆଦି ବିଭାଗ ବର୍ଷକ ମଧ୍ୟରେ ଅନେକ ବିବାଦର ସମ୍ମୁଖୀନ ହୋଇଛି । ପୁନଶ୍ଚ ଏକାଧିକ ମନ୍ତ୍ରୀଙ୍କ ନିକଟରେ ଦୁଇ ତିନିଟି ବିଭାଗ ରହିଛି । ତେଣୁ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।…

Read More