Author: Sarasinee Subudhi

ଆଖିବୁଜିଲା ଏସିଆ ମହାଦେଶର ସବୁଠାରୁ ଶତାୟୁ ହାତୀ ୧୦୯ ବର୍ଷୀୟା ବତ୍ସଳା। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଲା ଏସିଆର ସବୁଠାରୁ ଏହି ବୟସ୍କା ହାତୀ । ଶତାୟୁ ବତ୍ସଳାର ଦାଦି ମାଆ ନାମରେ ବେଶ ପରିଚିତ ଥିଲା । ମଙ୍ଗଳବାର ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣରେ ବହୁ ଅଙ୍ଗ ଅକାମୀ ହୋଇ ଯିବାରୁ ଶେଷ ନିଶ୍ୱାସ ତ୍ୟାଗ କରିଛି ବତ୍ସଳା। ତେବେ ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିଲା ବତ୍ସଳା । କେରଳର ନିଲାମ୍ବୁର ଜଙ୍ଗଲରେ ଜନ୍ମଗ୍ରହଣ କରିଥିବା ଏହି ହାତୀ କାଠ ବ୍ୟବସାୟରେ ଜଣେ କାର୍ଯ୍ୟରତ ହାତୀ ଭାବରେ ଯାତ୍ରା ଆରମ୍ଭ କରିଥିଲ। । ୧୯୭୧ ମସିହାରେ, ମଧ୍ୟପ୍ରଦେଶର ହୋଶଙ୍ଗା ବାଦ, ପରେ ୧୯୯୩ରୁ ପାନ୍ନା ବ୍ୟାଘ୍ର ଅଭୟାରଣ୍ୟରେ ସେ ରହିଆସୁଥିଲା । ସେଠାରେ ବାଘମାନଙ୍କୁ ଟ୍ରାକିଂ କରିବାରେ, ବନ୍ୟପ୍ରାଣୀ ସଂରକ୍ଷଣରେ ତାର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଜୀବନ ସାରା ଛୁଆ ହାତୀଙ୍କ…

Read More