Author: Sarasinee Subudhi

ଋଷ ଭାରତର ପୁରୁଣା ପ୍ରତିରକ୍ଷା ସହଯୋଗୀ। ଦଶନ୍ଧି ଧରି ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀର ଏକ ବଡ଼ ଅଂଶ ହୋଇ ରହି ଆସିଛି ଋଷ । ସମ୍ପ୍ରତି, ରୁଷ ଭାରତକୁ ଏହାର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ Su-57 ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଛି। କେବଳ ଏତିକି ନୁହେଁ, ଋଷ ଏହା ସହିତ ସୋର୍ସ କୋଡ୍ ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବାକୁ ମଧ୍ୟ ପ୍ରସ୍ତୁତ। ତଥାପି, ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତ ଋଷର ଏସୟୁ-୫୭ ଗୁପ୍ତ ଯୁଦ୍ଧ ବିମାନ କିଣିବା ପାଇଁ ଅଧିକ ଉତ୍ସାହ ଦେଖାଇବା ଉଚିତ୍ ନୁହେଁ। ପୂର୍ବତନ ବାୟୁସେନା ଅଧିକାରୀ ଅଜୟ ଆହଲାୱତ କହିଛନ୍ତି ଯେ ଭାରତ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ଆମଦାନୀକୁ ପ୍ରତ୍ୟାଖ୍ୟାନ କରିବା ଉଚିତ। ଅଜୟ ଆହଲାୱତଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷ ଏସୟୁ-୫୭ ପାଇଁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ପ୍ରସ୍ତାବ ଦେବା ପରେ ଲଢ଼ୁଆ ବିମାନ କ୍ରୟ ଉପରେ ବିତର୍କ…

Read More