Author: Sarasinee Subudhi

୧୭ ତାରିଖରେ ବନ୍ଦ ହେବ ସାରା ଓଡ଼ିଶା । ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାକୁ ବିରୋଧ କରି କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡ଼ାକରା ଦେଇଛନ୍ତି। ଏହି ଓଡ଼ିଶା ବନ୍ଦ ପାଳନ ସମୟରେ ସ୍କୁଲ, କଲେଜ, ଦୋକାନ, ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ। ଏନେଇ ପିସିସ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆଜି ସବୁ ସହରରେ କ୍ୟାଣ୍ଡଲ ଲାଇଟ୍ ଜାଳି ପୀଡ଼ିତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବୁ। ଏଥିରେ ବାମପନ୍ଥୀ ଦଳ ଓ ଏନସିପି ସାମିଲ ହୋଇଛନ୍ତି। ୮ଟି ଦଳ ଏକାଠି ହୋଇଛନ୍ତି। ଶେଷରେ ନିଜ ଦଳ ଏବିଭିପିର ଝିଅ ବି ବାଦ୍ ପଡ଼ିଲାନି। ସେ ଝିଅ ପେଟ୍ରୋଲ ଆଣିଲା, ସମସ୍ତେ ଦେଖୁଥିଲେ। କେହି ପ୍ରତିବାଦ କଲେନି।’ ଏସରକାର ନୈତିକ ଦୃଷ୍ଟିରୁ ଶାସନରୁ…

Read More