Author: Sarasinee Subudhi

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି। ଏହା ବ୍ୟତୀତ ଇଡି ରବର୍ଟ ଭଦ୍ରାଙ୍କ ୪୩ଟି ସଂପତ୍ତିକୁ ମଧ୍ୟ ଜବତ କରି ନେଇଛି, ଯାହାର ମୂଲ୍ୟ ପାଖାପାଖି ୩୬କୋଟି ଟଙ୍କା ହେବ ବୋଲି କୁହାଯାଇଛି। ହରିୟାଣାର ଶିକୋହପୁର ଲ୍ୟାଣ୍ଡ ଡିଲ୍‌ କେସ୍‌ରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇଡି ଶିକୋହପୁର ଲ୍ୟାଣ୍ଡ ଡିଲ୍ ମାମଲାରେ ଚାର୍ଜସିଟ୍‌ ଫାଇଲ କରିଛି। ଏହି ମାମଲାରେ ମନି ଲଣ୍ଡରିଂର ମଧ୍ୟ ଅଭିଯୋଗ ରହିଛି ଏବଂ ଏହାର ଯାଞ୍ଚ ପାଇଁ ହିଁ ଇଡିକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ଏହି ଚାର୍ଜସିଟ୍‌ରେ ରବର୍ଟ ଭଦ୍ରାଙ୍କ ସହିତ ଆଇ କିଛି ଲୋକ ଏବଂ କମ୍ପାନୀର ନାଁ ମଧ୍ୟ ସାମିଲ ଅଛନ୍ତି । ଏହି ମାମଲା ଗୁରୁଗ୍ରାମ୍‌ର ଶେଖୋପୁରରେ ହୋଇଥିବା ଲ୍ୟାଣ୍ଡ ଡିଲ୍‌ର ଅଛି, ଯେଉଁଥିରେ ଡିଏଲଏଫ୍‌କୁ…

Read More