Author: Sarasinee Subudhi

ପାକିସ୍ତାନ ପାଇଁ ସାମରିକ ଶାସନ କିଛି ନୁଆ ନୁହେଁ । ଏହାର ଇତିହାସରେ ଅନେକ ଥର ସେନା ଜେନରାଲ କ୍ଷମତା ଦଖଲ କରିଛନ୍ତି । ଆଉ ଯଦି କେବେ କୌଣସି ଜେନରାଲ କ୍ଷମତା ଦଖଲ କରି ନାହାନ୍ତି ତେବେ ସେ ରିମୋଟରେ ସରକାର ଚଳାନ୍ତି । ଏବେ ପୁନର୍ବାର ଯେଉଁଭାବେ ଫିଲ୍ଡ ମାର୍ଶାଲ ହୋଇଥିବା ଆସିମ ମୁନିରଙ୍କ ହାତରେ କ୍ଷମତା ଆସୁଛି ଏବଂ ସେ ଲୋକପ୍ରିୟ ହେଉଛନ୍ତି, ତାହା ଦେଖି ଲାଗୁଛି ଯେ ପାକିସ୍ତାନ ଆଉ ଏକ ନରମ ଅଭ୍ୟୁତ୍ଥାନର ସାକ୍ଷୀ ହେବାକୁ ଯାଉଛି। କେବଳ ଦେଖିବାକୁ ହେବ ଯେ ଏହା କିପରି ଘଟୁଛି ଏବଂ ଏହାର କ୍ଷତି କାହାର ହେଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅବସ୍ଥା ଦେଖି ସ୍ପଷ୍ଟ ଲାଗୁଛି ଯେ ଦେଶର ନେତୃତ୍ୱ ତାଙ୍କ ହାତରେ ଥିଲେ ମଧ୍ୟ ତାଙ୍କର ନିୟନ୍ତ୍ରଣ ନାହିଁ। ଏବେ ତ ଆନୁଷ୍ଠାନିକ ଗସ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବଦଳରେ ସେନା ମୁଖ୍ୟ ଯାଉଛନ୍ତି।…

Read More