Author: Sarasinee Subudhi

ବାଲେଶ୍ୱର ଏଫ୍ଏମ୍ କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଓ ମୃତ୍ୟୁ ନିଆଁ ପ୍ରଶମିତ ହୋଇନଥିବା ବେଳେ ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତା ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେତେଦିନ ପରେ ଅଭିଯୁକ୍ତ ଧରାପଡ଼ିବେ, କେବେ ଦୋଷୀ ସାବ୍ୟସ୍ତ ହେବେ, କି ପ୍ରକାର ଦଣ୍ଡବିଧାନ ହେବ, ରାଜ୍ୟ ରାଜନୀତି କେଉଁ ମୋଡ଼ ନେବ, ତାହା ଭିନ୍ନ କଥା। କିନ୍ତୁ ଲଗାତାର ନିଆଁ ଓ ଜୀବନ-ମୃତ୍ୟୁ ଭିତରେ ଆରମ୍ଭ ହୋଇଥିବା ଏହି ଅଭୂତପୂର୍ବ ନାରକୀୟ ଖେଳ ଶାନ୍ତିପ୍ରିୟ ଓଡ଼ିଶାକୁ ଯେ ଜାତୀୟସ୍ତରରେ ନିନ୍ଦିତ କରିଛି ଏହା ଲଜ୍ଜାର ସହିତ ସ୍ଵୀକାର କରିବାକୁ ପଡ଼ିବ। ଦୁର୍ଯୋଗବଶତଃ ଦୁଇଟିଯାକ ଘଟଣା ଶନିବାର ଦିନ ହିଁ ଘଟିଛି। ଉପରୋକ୍ତ ଘଟଣାକୁ ରାଜନୀତି ବିଶାରଦମାନେ କେଉଁ ଦୃଷ୍ଟିରୁ ବିଶ୍ଲେଷଣ କରିବେ, କେଉଁ ନିଷ୍କର୍ଷରେ ପହଞ୍ଚିବେ ତାହା ଅଳ୍ପେବହୁତ ବୁଝାପଡ଼ୁଛି। କିନ୍ତୁ ସମାଜବିଜ୍ଞାନୀଙ୍କ ମତରେ…

Read More