Author: Sarasinee Subudhi

ବିହାରର ମୁଜାଫରପୁର ଜିଲ୍ଲାର ସାହେବଗଞ୍ଜ ସ୍କୁଲରେ କଥିତ ରୂପେ ଏକ ବିଷାକ୍ତ ସାପ ଦ୍ୱାରା ଛଡ଼ାଯାଇଥିବା ଏକ କ୍ରିଷ୍ଟାଲ ଭଳି ଉଜ୍ୱଳ ଜିନିଷ ମିଳିଛି, ଯାହାକୁ ନେଇ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହା ପ୍ଲାଷ୍ଟିକ ପରି ଦେଖାଯାଉଛି ଏବଂ ଏହାକୁ ନାଗମଣି ବୋଲି ଲୋକେ ବିଶ୍ବାସ କରାଯାଉଛି। ପ୍ରଶ୍ନ ଉଠୁଛି ଯେ ନାଗମଣି ଥାଏ କି? ସାପମାନେ ପ୍ରାୟତଃ କେଉଁ କ୍ରିଷ୍ଟାଲ ପରି ଜିନିଷ ଛାଡ଼ନ୍ତି? ନାଗମଣି କିମ୍ବା “ସାପର ମଣି” ଏକ ପୌରାଣିକ ଓ ଲୋକକଥାରେ ପ୍ରଚଳିତ ଧାରଣା, କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହାର କୌଣସି ଅସ୍ତିତ୍ୱ ନାହିଁ। ବିଜ୍ଞାନ ସ୍ପଷ୍ଟ କହୁଛି ଯେ ସାପମାନଙ୍କ ଶରୀରରେ ଏପରି କୌଣସି ରତ୍ନ କିମ୍ବା ମଣି ମିଳେ ନାହିଁ। ଅନେକ ସମୟରେ ଏପରି ମଣି ମିଳିଥିବା ଦାବି କରାଯାଇଛି, କିନ୍ତୁ ତଦନ୍ତ ପରେ ସେଗୁଡ଼ିକ ମଣି ନୁହେଁ ବୋଲି ପ୍ରମାଣିତ ହୋଇଛି। ତେବେ, ସାପମାନେ କ୍ରିଷ୍ଟାଲ କିମ୍ବା କାଚ ପରି…

Read More