Author: Sarasinee Subudhi

ପାଣ୍ଡବମାନେ ଯେତେବେଳେ ବନବାସରେ ସମୟ କାଟୁଥିଲେ, ସେତେବେଳେ ପାଣ୍ଡବ ଭାଇମାନେ ତୃଷ୍ଣାର୍ତ ହୋଇ ଏକ ସରୋବରରୁ ପାଣି ପିଇବାକୁ ଗଲେ। ସେହି ସରୋବରର ରକ୍ଷକ ଥିଲା ଏକ ଯକ୍ଷ। ସେ ସମସ୍ତ ଭାଇମାନଙ୍କୁ କହିଲା ଯେ ସେମାନେ ପ୍ରଥମେ ତାଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତୁ, ତାପରେ ପାଣି ପିଅନ୍ତୁ। କୌଣସି ପାଣ୍ଡବ ଭାଇ ଏହା କଲେ ନାହିଁ। ବଦଳରେ, ଜୋରଜବରଦସ୍ତ ପାଣି ପିଇବାର ଦଣ୍ଡ ସ୍ୱରୂପ ସେମାନେ ମରିଗଲେ। ତାପରେ ଯୁଧିଷ୍ଠିର ପାଣି ପିଇବାକୁ ଆସିଲେ। ସେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କଲେ। ଶେଷ ପ୍ରଶ୍ନ ଥିଲା – “ଜୀବନର ସବୁଠାରୁ ବଡ଼ ସତ୍ୟ କ’ଣ?” ଯୁଧିଷ୍ଠିର ଉତ୍ତର ଦେଲେ – “ମୃତ୍ୟୁ।” ଏହା ସତ ଯେ ଆମ ସମସ୍ତଙ୍କୁ ଏକଦିନ ମୃତ୍ୟୁର ସାମନା କରିବାକୁ ପଡ଼ିବ। ମୃତ୍ୟୁ ବିଷୟରେ କଥା ହେବା କଷ୍ଟକର ହୋଇପାରେ। ଅନେକ ଲୋକ ମୃତ୍ୟୁ ଆସିଲେ ନିଜକୁ ପ୍ରସ୍ତୁତ କରି ପାରନ୍ତି ନାହିଁ। ବିଗତ…

Read More