Author: Sarasinee Subudhi

ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ‘ପ୍ରଳୟ’ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି। ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଜୁଲାଇ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଏହି ପରୀକ୍ଷଣ କରାଯାଇଥିଲା। ସର୍ବାଧିକ ଏବଂ ସର୍ବନିମ୍ନ ଦୂରତାରେ ଏହି କ୍ଷେପଣାସ୍ତ୍ର ପ୍ରଣାଳୀର ଲକ୍ଷ୍ୟଭେଦ କ୍ଷମତାକୁ ପ୍ରମାଣିତ କରିବା ଲାଗି ବ୍ୟବହାରକାରୀ ମୂଲ୍ୟାଙ୍କନ ପରୀକ୍ଷଣର ଅଂଶବିଶେଷ ସ୍ୱରୂପ ଏହି ପରୀକ୍ଷଣ କରାଯାଇଥିଲା। କ୍ଷେପଣାସ୍ତ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ଗତିପଥକୁ ସଠିକ୍ ଭାବରେ ଅନୁସରଣ କରିଥିଲେ ଏବଂ ସମସ୍ତ ପରୀକ୍ଷଣ ଉଦ୍ଦେଶ୍ୟ ପୂରଣ କରି ସମ୍ପୂର୍ଣ୍ଣ ସଠିକତା ସହିତ ଲକ୍ଷ୍ୟଭେଦ କରିଛନ୍ତି । ସମସ୍ତ ଉପ-ପ୍ରଣାଳୀ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା। ନିର୍ଦ୍ଦିଷ୍ଟ ପ୍ରଭାବ ବିନ୍ଦୁ ନିକଟରେ ଅବସ୍ଥିତ ଜାହାଜରେ ନିୟୋଜିତ ଉପକରଣଗୁଡ଼ିକ ସମେତ ସମନ୍ୱିତ ପରୀକ୍ଷଣ ଘାଟି ଦ୍ୱାରା ନିୟୋଜିତ ବିଭିନ୍ନ ଟ୍ରାକିଂ ସେନ୍ସର ଦ୍ୱାରା ସଂଗୃହିତ ପରୀକ୍ଷଣ ତଥ୍ୟ ବ୍ୟବହାର କରି…

Read More