Author: Sarasinee Subudhi

ଆମେରିକା ଭାରତ ପାଇଁ ଟାରିଫ ଆଲୋଚନାର ସମୟସୀମା ୧ ଅଗଷ୍ଟ ନିର୍ଦ୍ଧାରିତ କରିଥିଲା, କିନ୍ତୁ ସେମାନେ ଏକ ଦିନ ଆଗରୁ ହିଁ ୨୫ ପ୍ରତିଶତ ଟାରିଫ ଲାଗୁ କରିଦେଇଛି। ଯଦିଓ ଏଯାଏ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କ ଦୃଢ଼ ରହିଆସିଛି, ଯାହାର ସକାରାତ୍ମକ ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିଛି। କିନ୍ତୁ ଆମେରିକାର ଏହି ପଦକ୍ଷେପ ପରେ ଭାରତ ଉପରେ କି ପ୍ରଭାବ ପଡ଼ିବ? ଏହା ଭାରତୀୟ ଉଦ୍ୟୋଗ ଓ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବ କି? ଯଦିଓ ଏହି ପଦକ୍ଷେପ ପରେ ଅନେକ ଦେଶର ଆମେରିକୀୟ ବଜାରରେ ଲାଭ ହେବାକୁ ଯାଉଛି। ଟ୍ରମ୍ପ ଟ୍ରୁଥ ସୋସିଆଲ ପୋଷ୍ଟରେ ଲେଖିଛନ୍ତି, “ଯଦିଓ ଭାରତ ଆମର ବନ୍ଧୁ, କିନ୍ତୁ ଗତ କିଛି ବର୍ଷରେ ଆମେ ସେମାନଙ୍କ ସହ ତୁଳନାତ୍ମକ ଭାବେ କମ୍ ବାଣିଜ୍ୟ କରିଛୁ, କାରଣ ସେମାନଙ୍କର ଟାରିଫ ବହୁତ ଅଧିକ, ଯାହା ବିଶ୍ୱରେ ସର୍ବାଧିକ। ସେମାନଙ୍କର ଅଣ-ଆର୍ଥିକ…

Read More