Author: Sarasinee Subudhi

ଋଷ ଉପକୂଳରେ ବୁଧବାର ଭୟଙ୍କର ଭୂକମ୍ପ ପରେ ସୁନାମୀ ତାଣ୍ଡବ ରଚିଥିଲା। ଋଷ ସହ ଜାପାନ ଆମେରିକା ବି ବେଶ ପ୍ରଭାବିତ ହୋଇଥିଲା। ସମୁଦ୍ର ଭିତରୁ ଦୁଇ ତିନି ମୁଣ୍ଡରୁ ବଡ଼ ଲହରୀ ଉପକୂଳ ଆଡକୁ ମାଡି ଆସି ସବୁ ଭସେଇ ନେଇଥିଲା। ଉପକୂଳରେ ଥିବା ଶହଶହ ବଡ଼ ବଡ଼ ବିଲଡିଂ ସୁମଦ୍ର ଗର୍ଭରେ ଲୀନ ହୋଇଛି। ଉପକୂଳରେ ଥିବା ଲକ୍ଷାଧିକ ଲୋକ ଜୀବନ ବିକଳରେ ଉଚ୍ଚ ସ୍ଥାନକୁ ଯବାକୁ ଲାଗିଛନ୍ତି। ତେବେ ଚାଲନ୍ତୁ ଜାଣିବା ଏହି ସୁନାମୀ ବିଷୟରେ କିଛି ଅଜଣା କଥା। ଜାପାନୀ ଶବ୍ଦ ସୁନାମୀ ସୁନାମୀ ହେଉଛି ବର୍ଷା, ବନ୍ୟା, ଝଡ଼ତୋଫାନ, ବାତ୍ୟା, ବଜ୍ରପାତ, ଭୂସ୍ଖଳନ, ଆଗ୍ନେୟଗିରି ଉଦ୍‌ଗୀରଣ ଭଳି ବିଶ୍ବର ଅନ୍ୟତମ ପ୍ରକୃତିକ ବିପର୍ଯ୍ୟୟ । ଏହାର ଏହାର ବିନାଶକାରୀ ପ୍ରଭାବ ଅନ୍ୟ ଵିପର୍ଯ୍ୟୟ ତୁଳନାରେ ଅଧିକ ରହିଥାଏ । ତେବେ ଏହି ସୁନାମୀ ହେଉଛି ଏକ ଜାପାନୀ ଶବ୍ଦ । ଏହା ସମୁଦ୍ର ତଥା…

Read More