Author: Sarasinee Subudhi

ନିଯୁକ୍ତି ପ୍ରତିଶୃତି ହେଲା ପାଣିର ଗାର । ପ୍ରଥମେ ମନାକଲେ ଏବେ ନିଜେ ବାଟ ଫିଟେଇ ଦେଲେ । ରାଜ୍ୟରେ ଶିକ୍ଷକ ତାଲିମ ନେଇ ବେକାର ବସିଛନ୍ତି ହଜାର ହଜାର ଯୁବକ ଯୁବତୀ ହେଲେ ସରକାର ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟରେ ନୂଆ ନିଯୁକ୍ତି ଦେବୁ ଯୁବପିଢିଙ୍କୁ ସ୍ୱାବଲମ୍ବୀ କରିବୁ କହୁଥିବା ସରକାରଙ୍କ ଏ କି ନ୍ୟାୟ? ନୂଆ ନିଯୁକ୍ତି ଦେବା ବଦଳରେ ଅବସର ନେଇ ସାରିଥିବା ଶିକ୍ଷକମାନଙ୍କୁ ପୁଣି ସ୍କୁଲକୁ ଫେରିବାକୁ କହୁଛନ୍ତି, ତାହାପୁଣି ତୃତୀୟ ପକ୍ଷ ନିଯୁକ୍ତି ପଦ୍ଧତିରେ। କିଛିଦିନ ତଳେ ସରକାର ଆଉଟସୋର୍ସିଂ ନିଯୁକ୍ତି ଆଉ ହେବନାହିଁ ବୋଲି କହିଥିଲେ ହେଲେ ଏବେ ନିଜେ ସେଇ ନିୟମ ଭାଙ୍ଗିବେ ବୋଲି ମନେ ହେଉଛି। ଅନୁଦାନପ୍ରାପ୍ତ ହାଇସ୍କୁଲ, ବ୍ଲକ୍‌ଗ୍ରାଣ୍ଟ ହାଇସ୍କୁଲ, ସଂସ୍କୃତ ଟୋଲ୍ ସ୍କୁଲରେ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯିବ। ଆଉ ଏହି ପଦବୀରେ କୌଣସି ନୂଆ…

Read More