Author: Sarasinee Subudhi

ଭାରତ କଣ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଯାଉଛି? ଏଭଳି ପ୍ରଶ୍ନ ଏବେ ସାଧାରଣ ଲୋକରୁ ଆରମ୍ଭ କରି ଅର୍ଥ ବିଶେଷଜ୍ଞଙ୍କ ମନରେ ବି ଉଙ୍କି ମାରିଛି। ତେବେ ଭାରତ ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଭଲ ପ୍ରଦର୍ଶନ କରିଛି। ଦେଶର ଅଭିବୃଦ୍ଧି ହାର ହାରାହାରି ୭ ପ୍ରତିଶତ ରହିଛି। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ଵରେ ଚିନ୍ତା ସୃଷ୍ଟିକରିଛି । ଏହା ଭାରତକୁ ମଧ୍ୟ ପ୍ରଭାବିତ କରୁଛି। ବିଶ୍ୱ ବ୍ୟାଙ୍କ ୨୦୨୫- ୨୬ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ୬.୭% ରୁ ୬.୩% କୁ ହ୍ରାସ କରିଛି। କିଛି ନୂତନ ସଂଖ୍ୟା ସୂଚାଇ ଦେଉଛି ଯେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଟ୍ରମ୍ପଙ୍କ ଟାରିଫ ଝଡ଼ରେ ବିପଦର ଘଣ୍ଟି ଏବେଠାରୁ ଭାରତରେ ବାଜିବାରେ ଲାଗିଲାଣି । ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅବଶ୍ୟ ଭାରତର ଅର୍ଥନୀତି ବହୁତ ମଜବୁତ ହୋଇଛି। ଏହାର କାରଣ…

Read More