Author: Sarasinee Subudhi

କର୍ଣ୍ଣାଟକ ଜନତା ଦଳ (ସିକ୍ୟୁଲାର)ର ନିଲମ୍ବିତ ନେତା ଏବଂ ପୂର୍ବତନ ସାଂସଦ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବନ୍ନାଙ୍କ ପାଇଁ ବଢ଼ିଲା ସମସ୍ୟା । ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ ଜଣେ ଘରୋଇ ସହାୟକଙ୍କୁ ଦୁଷ୍କର୍ମ ମାମଲାରେ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ, କୋର୍ଟ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର, କୋର୍ଟ ଏହି ମାମଲାରେ ପ୍ରଜ୍ୱଳ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ, ଆଜି ରାୟ ପ୍ରକାଶ ପାଇଛି। ପ୍ରଜ୍ୱଳ ରେବନ୍ନାକୁ ଆଜୀବନ କାରାଦଣ୍ଡ ଶୁଣାଇବା ସମୟରେ, ବିଚାରପତି ଗଜାନନ ଭଟ୍ଟ ପୂର୍ବତନ ସାଂସଦଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ଘରୋଇ ସହାୟକ ଗତ ବର୍ଷ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଚାରୋଟି ମାମଲା ଦାୟର କରିଥିଲେ। ଶୁକ୍ରବାର, କୋର୍ଟ ଏହି ଚାରୋଟି ମାମଲାରେ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପୀଡିତାଙ୍କ…

Read More