Author: Sarasinee Subudhi

କେନିଆର ଜଣେ ପାଦ୍ରୀଙ୍କ ବିରୋଧରେ ୪୦୦ରୁ ଅଧିକ ଅନୁଗାମୀଙ୍କୁ ହତ୍ୟା କରିଥିବାର ଅଭିଯୋଗ ଲାଗିଛି। କେନିଆର ଏକ ଅଦାଲତ ସେହି ଶବଗୁଡ଼ିକୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି, ଯେଉଁମାନଙ୍କୁ ପ୍ରାୟ ଦୁଇ ବର୍ଷ ପୂର୍ବେ ଏକ ଧାର୍ମିକ ଅନୁଷ୍ଠାନ ସମୟରେ ଭୋକିଲା ରଖି ହତ୍ୟା କରାଯାଇଥିଲା । ଏହା ମନେ କରାଯାଉଛି ଯେ ଶବଗୁଡ଼ିକୁ କେନିଆର ଉପକୂଳବର୍ତ୍ତୀ ସହର ମାଲିଣ୍ଡିର ବାହାରେ ଥିବା ଅଞ୍ଚଳରେ କଚ୍ଚା କବରରେ ପୋତା ଯାଇଥିଲା, ଯେଉଁଠାରେ ପୂର୍ବରୁ ତାଙ୍କ ପନ୍ଥ ବା ସଂଗଠନର ମୁଖ୍ୟାଳୟ ଥିଲା। କେନିଆର ଜଣେ ପାଦ୍ରୀ ପଲ ମ୍ୟାକେଞ୍ଜି ଏବେ ପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ଭୟଙ୍କର ଧାର୍ମିକ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏର କେନ୍ଦ୍ରବିନ୍ଦୁରେ ଅଛନ୍ତି। ୨୦୨୩ ଅପ୍ରେଲରେ ପୁଲିସକୁ ମିଳିଥିବା ଏକ ସୂଚନା ଆଧାରରେ ମ୍ୟାକେଞ୍ଜିଙ୍କୁ ଗିରଫ କରାଯାଇଥିଲା। ଫଳସ୍ୱରୂପ, ଶାକାହୋଲା ଜଙ୍ଗଲରେ ଥିବା ତାଙ୍କ ଚର୍ଚ୍ଚ ଗୁଡ୍ ନ୍ୟୁଜ୍ ଇଣ୍ଟରନ୍ୟାସନାଲ ସଂଗଠନର ୮୦୦ ଏକର ଜମିର ତଲାସୀ ନିଆଯାଇଥିଲା। ଅଧିକାରୀମାନେ…

Read More