Author: Sarasinee Subudhi

ରାଜ୍ୟରେ ବଢୁଥିବା ଗୋ ହତ୍ୟା ଓ ଗୋ ଚାଲାଣକୁ ରୋକିବା ପାଇଁ ଅନେକ ପଦକ୍ଷପ ନେଉଥିବା ବେଳେ ଏଥିରେ ବ୍ରେକ ଲାଗୁ ନାହିଁ । ବିଭିନ୍ନ ସମୟରେ ଗୋରୁ ଚାଲାଣ ଆଉ ହତ୍ୟା ମାମଲା ସାମ୍ନାକୁ ଆସୁଛି। ଏବେ ଏହାକୁ ନେଇ ହାଇ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟ ଗୋହତ୍ୟା ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି କୋର୍ଟ ଏପରି ଘଟଣାଗୁଡ଼ିକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ୧୯୬୦ର ଗୋହତ୍ୟା ନିବାରଣ ଆଇନକୁ ମଧ୍ୟ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୋ ଜ୍ଞାନ ନାମକ ଏକ ସଂଗଠନ ଦ୍ୱାରା ଏହି ପିଆଇଏଲ୍ ଦାୟର କରାଯାଇଥିଲା, ଯେଉଁଥିରେ କଟକରେ ଗୋହତ୍ୟାର କିଛି ଘଟଣାକୁ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀ ଏହି ଘଟଣାଗୁଡ଼ିକ ପ୍ରତି…

Read More