Author: Sarasinee Subudhi

ରାଜ୍ୟରେ ବେକାରୀ ସମସ୍ୟା ଦୂର କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶା ସରକାର । ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇ ରାଜ୍ୟ ସରକାର ଖୁବ୍ ଶୀଘ୍ର ସିଧାସଳଖ ନିଯୁକ୍ତି ମାଧ୍ୟମରେ ବିଭିନ୍ନ ବିଭାଗରେ ୨୫,୯୫୩ ମୌଳିକ ସ୍ତରର ଖାଲି ପଦବୀ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ୬୫,୦୦୦ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା, ଯାହା ମଧ୍ୟରୁ ଜୁନ୍ ଶେଷ ସୁଦ୍ଧା ୨୮,୩୯୩ ପଦବୀ ପୂରଣ କରାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜା ଅର୍ଥ ବିଭାଗକୁ ବିଭିନ୍ନ ବିଭାଗରେ ୨୫,୯୫୩ ଖାଲି ଥିବା ଗ୍ରୁପ୍-ସି ପଦବୀ ପୂରଣ ପାଇଁ କ୍ଷମତାପ୍ରାପ୍ତ କମିଟିର ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ମଧ୍ୟରୁ ୧୦ଟି ପ୍ରମୁଖ ବିଭାଗରେ ସର୍ବାଧିକ ୨୨,୮୯୬ ପଦବୀ ରହିଛି। କର୍ମଚାରୀ ଅଭାବର ସମ୍ମୁଖୀନ ହେଉଥିବା ବିଭାଗଗୁଡ଼ିକ ମଧ୍ୟରେ ସ୍କୁଲ…

Read More