Author: Sarasinee Subudhi

ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ବାଚନ ସମ୍ପର୍କୀତ ଏକ ଗୁରୁତର ପ୍ରଶ୍ନ ପଚାରିଛନ୍ତି। ତାହା ହେଉଛି ନିର୍ବାଚନମଣ୍ଡଳୀର ଯଦି ଜଣେ ପ୍ରାର୍ଥୀ ଥିବେ ନୋଟାକୁ ପ୍ରାର୍ଥୀ ଭାବରେ ବିଚାର କରାଯାଇପାରିବ କି? କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଲୋକ ପ୍ରତିନିଧିତ୍ୱ ଆଇନ ଧାରା ୧୯୬୧ର ୫୩(୨)କୁ ଚ୍ୟାଲେଞ୍ଜ କରାଯାଇଛି ଯାହା ନିର୍ବିରୋଧ ନିର୍ବାଚନକୁ ଅନୁମତି ଦିଏ। ସରକାର କହିଛନ୍ତି ଯେ ନୋଟାକୁ ପ୍ରାର୍ଥୀର ମାନ୍ୟତା ଦିଆଯାଇପାରିବ ନାହିଁ। ଯଦି କେବଳ ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିଥାନ୍ତି, ତେବେ ଭୋଟ୍‍ରଙ୍କ ପାଇଁ ନୋଟା ବିକଳ୍ପ ଉପଲବ୍ଧ ହେବା ଉଚିତ ବୋଲି ଆବେଦନରେ ଅନୁରୋଧ କରାଯାଇଛି। ଆବେଦନରେ ଯୁକ୍ତି ଦର୍ଶାଯାଇଛି ଯେ ଯେଉଁ ପରିସ୍ଥିତିରେ କେବଳ ଜଣେ ପ୍ରାର୍ଥୀ ନିର୍ବାଚନ ଲଢ଼ିଥାନ୍ତି, ସେଠାରେ ଭୋଟ୍‍ରଙ୍କ “ଭୋଟ୍‍ ଦେବାର ଅଧିକାର” ଉଲ୍ଲଂଘନ ହେଉଛି। ଗତ ଗୁରୁବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁ ନିର୍ବାଚନମଣ୍ଡଳୀରେ କେବଳ ଜଣେ ପ୍ରାର୍ଥୀ ରହୁଛନ୍ତି ସେଠାରେ ଭୋଟ୍ ବିକଳ୍ପ ଆଇନଗତ ଭାବରେ…

Read More