Author: Sarasinee Subudhi

ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ୱରର ପାତ୍ରପଡ଼ାରେ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ସମ୍ପୃକ୍ତ ଥିବା ଥାର୍‌ ଡ୍ରାଇଭରଙ୍କୁ ପୋଲିସ ଆଜି ଗିରଫ କରିଛି। ଘଟଣାର ଦେଢମାସ ପରେ ପୁରୀରୁ ଡ୍ରାଇଭର ସୋମନାଥ ବେହେରାଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୯ ତାରିଖରେ ଘଟିଥିବା ଏହି ଘଟଣା ଗୋଟିଏ ଥାର ଏବଂ ଏକ ସ୍କୋର୍ପିଓ ମଧ୍ୟରେ ବେପରୁଆ ରେସ୍ ଯୋଗୁଁ ଘଟିଥିଲା । ଯାହାକି ସେତେବେଳେ ସମଗ୍ର ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଗାଡ଼ି ଧକ୍କାରେ ମା’ ଝିଅଙ୍କର ମୃତ୍ୟୁ ହୋଇଥିଲା ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିଲେ। ଅନ୍ୟତମ ଅଭିଯୁକ୍ତ ସୋମନାଥ ବେହେରାଙ୍କୁ ଗିରଫ କରିବା ପରେ, ପୀଡିତାଙ୍କ ପରିବାର ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଆବେଦନ କରିଥିଲେ। ଚଳିତ ବର୍ଷ ଅଗଷ୍ଟ ୯ ତାରିଖ ରାତିରେ, ଏକ ସ୍କୋର୍ପିଓ ସହିତ ରେସ କରୁଥିବା ଥାର ଆଠ ବର୍ଷୀୟ ରେଶମା ରାଉଳ, ତାଙ୍କ ମାଆ ରେବତୀ ରାଉଳ ଏବଂ ସାନ…

Read More