Author: Sarasinee Subudhi

ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ଵରରେ ବୁଲାକୁକୁର ଗଣତି ଆରମ୍ଭ ହୋଇଛି। ସାହି ଗଳିକନ୍ଦି ବୁଲି କୁକୁର ଗଣିବାକୁ ସ୍ବତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ଗଣତି ଚାଲିବ। କିନ୍ତୁ ଏହି କୁକୁର ଗଣତି ଠିକରେ ହେଉଛି ତ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିବା ଆରମ୍ଭ କଲାଣି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କେବଳ ଏହି ଚର୍ଚ୍ଚା ହେଉଛି। କାରଣ ଯେଉଁମାନେ କୁକୁର ଗଣତିରେ ନିୟୋଜିତ ଅଛନ୍ତି, ସେମାନେ ସେତେଟା ଅଭିଜ୍ଞ ନୁହଁନ୍ତି। କେବଳ ତିନିଦିନର ତାଲିମ୍ ପରେ ଏମାନେ କୁକୁର ଗଣତି ଦାୟିତ୍ଵ ମୁଣ୍ଡାଇଛନ୍ତି। ସେପଟେ କୁକୁରଙ୍କୁ ଠଉରାଇବା ପାଇଁ ଏମାନଙ୍କ ପାଖରେ ଖାଦ୍ୟ ବି ରହୁନି। ସାମାନ୍ୟ ବିସ୍କୁଟ ବି ଭୁବନେଶ୍ଵର ମହାନଗର ନିଗମ ଏମାନଙ୍କୁ ଦେଉନି। ଖାଲି ହାତରେ ଆଖିଦେଖା ଗଣତି ଚାଲିଛି। ଏଣୁ ଯଦି କୁକୁରମାନେ କାହା ହତା ଭିତରେ ଅବା ଅନ୍ୟ କୌଣସି ଜାଗାରେ ଲୁଚି…

Read More