Author: Sarasinee Subudhi

ଧ୍ରୁତରାଷ୍ଟ୍ର,ଦୁର୍ଯ୍ୟୋଧନ ଓ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନ ପରେ ଅନ୍ତତଃ ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ଶ୍ରୀମୟୀଙ୍କୁ ବିଜେଡି ବାହାର ରାସ୍ତା ଦେଖାଇ ଦେଇଛି । ତାହା ପୁଣି ଅତ୍ୟନ୍ତ ଅପମାନଜନକ ଭାବେ । ତାଙ୍କର ରାଜନୈତିକ ଅନୁଭବ ଓ କ୍ୟାରିୟର ଗ୍ରାଫ୍ ଯାହା ହେଇଥାଉ ନା କାହିଁକି ତାଙ୍କୁ ଯେଉଁ ଦଳ ରାଜ୍ୟସ୍ତରୀୟ ଦାୟିତ୍ୱ ଦେଇଥିଲା, ସେହି ଦଳ ଗୋଟିଏ କାଗଜରେ ଦୁଇଜଣ ବ୍ଲକ୍ ସ୍ତରୀୟ ନେତାଙ୍କ ସହିତ ଦଳରୁ ବହିଷ୍କାର କରିଥିବା କଥା ଘୋଷଣା କରିଛି । ଏମିତି କରି ବିଜେଡି ସମ୍ଭବତଃ ଶ୍ରୀମୟୀଙ୍କୁ ତାଙ୍କ ଅସଲ ଔକାତ ଦେଖାଇବାକୁ ଚାହୁଁଛି । କିନ୍ତୁ ପ୍ରଶ୍ନ ହେଲା,ଶ୍ରୀମୟୀଙ୍କ ଯଦି କୌଣସି ରାଜନୈତିକ ଭ୍ୟାଲୁ ନଥିଲା,ଯାହା ଏବେ ଦଳର ଚେଲା ଚାମଣ୍ଡା କହୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ପ୍ରଥମତଃ ତାଙ୍କୁ ଦଳ କାହିଁକି ଗଳାମାଳି କରିଥିଲା. ଓଟିଡିସିର ମୁଖିଆ ଚୌକିରେ ବସାଇଥିଲା ? ସେତେବେଳେ ସେ କାହିଁକି…

Read More