Author: Sarasinee Subudhi

ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ, ଶ୍ରୀମୟୀ ମିଶ୍ର ପୁଣି ଥରେ ବିଜୁ ଜନତା ଦଳ (ବିଜେଡି) ଉପରେ ବିଷ ଓଗାଳିଛନ୍ତି। ବୁଧବାର ଦିନ, ସେ ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ପ୍ରଶ୍ନ ଉଠାଇ ଦଳର ସଭାପତି ସମେତ ପଦାଧିକାରୀମାନେ କିପରି ନିର୍ବାଚିତ ହୁଅନ୍ତି ତାହାକୁ ଟାର୍ଗେଟ କରିଥିଲେ । କିଛି ଦିନହେବ ବିଜେଡିକୁ ନିଆଁ ଧୂଆଁ କରି ଘାଇଲା କରୁଥିବା ଶ୍ରୀମୟୀ ମିଶ୍ର, ସାଧାରଣ ନିର୍ବାଚନରେ ​​ବ୍ୟବହୃତ ଏପିକ୍ ନମ୍ବର ପରି ସଦସ୍ୟମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ବ୍ୟବସ୍ଥାର ଅନୁପସ୍ଥିତି ନେଇ ଚିନ୍ତା ପ୍ରକାଶ କରିବା ସହ ପ୍ରଶ୍ନ କରିଥିଲେ। ତାଙ୍କର ସାମାଜିକ ଗଣମାଧ୍ୟମ ପେଜରେ ଏକ ପୋଷ୍ଟରେ ଶ୍ରୀମୟୀ ମିଶ୍ର ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ। ସେହିପରି, ଦଳର ସଭାପତିଙ୍କ ପାଇଁ…

Read More