Author: Sarasinee Subudhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସରେ ସବୁଠୁ ଦୀର୍ଘ ସମୟ ଅଭିଭାଷଣ ଦେଇ ନୂଆ ରେକର୍ଡ କରିଛନ୍ତି । ମୋଦୀଙ୍କ ଏଥର ଅଭିଭାଷଣରେ ସଂଘକୁ ଭୁରିଭୁରି ପ୍ରଶଂସା ଲୋକଙ୍କୁ ଚକିତ କରିଛି । ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରିଛନ୍ତି ମୋଦୀ। ଏହା ୧୨ ବର୍ଷ ଭିତରେ ପ୍ରଥମ ଥର ଘଟିଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆନୁଷ୍ଠାନିକ ଭାବରେ ସଂଘର ଉଲ୍ଲେଖ କରିଛନ୍ତି ଆଉ ପ୍ରଶଂସା ମଧ୍ୟ କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସେ କହିଛନ୍ତି ଯେ ଆରଏସଏସ ୧୦୦ ବର୍ଷ ଧରି ଅତ୍ୟନ୍ତ ଗର୍ବର ସହିତ ଦେଶ ସେବା କରିଛି। ଆରଏସଏସ ର ଦେଶ ପାଇଁ ସମର୍ପଣ ଭାବର ଲମ୍ବା ସ୍ବର୍ଣ୍ଣିମ ଇତିହାସ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଜି ମୁଁ ଗର୍ବର ସହିତ ଉଲ୍ଲେଖ କରିବାକୁ ଚାହୁଁଛି ଯେ ୧୦୦ ବର୍ଷ ପୂର୍ବେ ଏକ ସଂଗଠନ ଜନ୍ମ…

Read More