Author: Sarasinee Subudhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ବିହାର ବିଧାନସଭା ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି । ଦୀପାବଳି ପରେ ବିହାର ନିର୍ବାଚନ ନେଇ ମୋଦୀ ସଙ୍କେତ ଦେଇଛନ୍ତି । ଏହି ବର୍ଷ ଦୀପାବଳି ଅକ୍ଟୋବର ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି। ଚାରି ଦିନିଆ ମହାନ ପର୍ବ ଛଟ ପୂଜା ୨୫ ରୁ ୨୮ ଅକ୍ଟୋବର ମଧ୍ୟରେ ଆୟୋଜନ କରାଯିବାକୁ ଅଛି। ବିହାରରେ ଛଟ ପୂଜାର ଗୁରୁତ୍ୱକୁ ବିଚାର କରି, ଏହା ପରେ ହିଁ ବିହାର ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ଅଛି। କିଛି ଆକଳନ ଅନୁଯାୟୀ, ବିହାରରେ ୨୯ ଅକ୍ଟୋବରରୁ ୧୦ ନଭେମ୍ବର ମଧ୍ୟରେ ମତଦାନ ହୋଇପାରେ । ୨୦୨୦ରେ ମଧ୍ୟ ବିହାରରେ ୨୮ ଅକ୍ଟୋବରରୁ ୭ ନଭେମ୍ବର ମଧ୍ୟରେ ନିର୍ବାଚନ ହୋଇଥିଲା। ନୀତିଶ କୁମାରଙ୍କ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ୨୨ ନଭେମ୍ବର ପର୍ଯ୍ୟନ୍ତ। ଅର୍ଥାତ୍ ଏହା ପୂର୍ବରୁ ନିର୍ବାଚନ ହେବା ଆବଶ୍ୟକ। ଏହା…

Read More