Author: Sarasinee Subudhi

ସୋମବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ ଯୋଗେ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ସମୟରେ ପୁଟିନ ଶୁକ୍ରବାର ଦିନ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ହୋଇଥିବା ସାକ୍ଷାତରେ କ’ଣ ଘଟିଥିଲା ସେ ବିଷୟରେ ନରେନ୍ଦ୍ର ମୋଦୀଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି। ପୁଟିନଙ୍କ ଏହି କଲ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ ଆଜି ରାତିରେ ୟୁରୋପୀୟ ନେତାମାନେ ଜେଲେନ୍ସକିଙ୍କ ସହିତ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି। ତାଙ୍କ ଏକ୍ସରେ ଏହି ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, “ମୋର ବନ୍ଧୁ, ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କ ଫୋନ୍ କଲ୍ ଏବଂ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ସମ୍ପ୍ରତି ସାକ୍ଷାତ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ ଧନ୍ୟବାଦ। ଭାରତ ନିରନ୍ତର ଭାବରେ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ କରିଛି ଏବଂ ଏହି ସମ୍ପର୍କରେ ସମସ୍ତ…

Read More