Author: Sarasinee Subudhi

କଂଗ୍ରେସ ସାଂସଦ ଶଶି ଥରୁର ୩୦ ଦିନ ଧରି ଲଗାତାର ଅଟକ ରଖିବା ପରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କ ପଦବୀରୁ ହଟାଇବା ପାଇଁ ବିଲ୍‌କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଥମ ନଜରରେ ଏହି ବିଲ୍ ଉପଯୁକ୍ତ ଏବଂ ସଠିକ୍ ମନେହୁଏ। ସୂଚନା ଯୋଗ୍ୟଯେ ବୁଧବାର ଦିନ, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଏହି ବିଲ୍ ଗୁଡ଼ିକୁ ଲୋକସଭାରେ ଉପସ୍ଥାପନ କରିଥିଲେ, କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳର ସାଂସଦମାନେ ଏହାକୁ ବିରୋଧ କରିଥିଲେ ଏବଂ ଏହାକୁ ଜେପିସିକୁ ପଠାଇବା ନିଷ୍ପତ୍ତିକୁ ନେଇ ହଙ୍ଗାମା ମଧ୍ୟ କରିଥିଲେ। କଂଗ୍ରେସ ନେତା ତଥା କେରଳର ତିରୁବନନ୍ତପୁରମର ସାଂସଦ ଶଶି ଥରୁର କହିଛନ୍ତି ୩୦ ଦିନ କିମ୍ବା ତା’ଠାରୁ ଅଧିକ ଦିନ ପାଇଁ ଅଟକ ଥିବା ମନ୍ତ୍ରୀମାନଙ୍କୁ ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ଦଣ୍ଡର ବ୍ୟବସ୍ଥା ସହିତ ହଟାଇବା ପାଇଁ ବିଲ୍ ସମର୍ଥନ କରିଛନ୍ତି। ଦଳୀୟ ମତରୁ ଦୂରେଇ ଯାଇ ସେ…

Read More