Author: Sarasinee Subudhi

ଆମେରିକା ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବା ପାଇଁ ଏକ ସରକାରୀ ନୋଟିସ ଜାରି କରିଛି। ସାର୍ବଜନୀନ ନୋଟିସ ଅନୁଯାୟୀ, ଏହି ଅତିରିକ୍ତ ଶୁଳ୍କ ୨୭ ଅଗଷ୍ଟ ଦିନ ୧୨:୦୧(EST) ଠାରୁ କାର୍ଯ୍ୟକାରୀ ହେବ। ୬ ଅଗଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ କାର୍ଯ୍ୟନିର୍ବାହୀ ଅର୍ଡର ୧୪୩୨୯ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ଏବଂ ଋଷରୁ ତେଲ କିଣିବା ଘଟଣାକୁ ଧ୍ୟାନରେ ରଖି ଆମେରିକା ସରକାର ଭାରତ ଉପରେ ଏହି ଶୁଳ୍କ ଲାଗୁ କରିଛି। ଏହି ଶୁଳ୍କ ଆମେରିକା ଦ୍ୱାରା କାର୍ଯ୍ୟକାରୀ ନୀତିର ଏକ ଅଂଶ, ଯାହା ଋଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକୁ ଲକ୍ଷ୍ୟ କରିଥାଏ। ଭାରତରୁ ଆମଦାନି ହେଉଥିବା ଏକ ବିସ୍ତୃତ ତାଲିକାରେ ଥିବା ସାମଗ୍ରୀଗୁଡ଼ିକ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି ଆମେରିକା କହିଛି । ନୋଟିସ ସହିତ ଜାରି…

Read More