Author: Sarasinee Subudhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ‘ଆମ ଶାସନ’ର ଶୁଭାରମ୍ଭ କରିଛନ୍ତି, ଯାହା ଜନସାଧାରଣଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ନାଗରିକ ମତାମତ ଗ୍ରହଣ ପଦକ୍ଷେପ। ଏହାଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ସେବା ମିଳୁଛି ତାହା ଲୋକଙ୍କୁ ଠିକ୍ ଭାବେ ଉପଲବ୍ଧ ହେଉଛି କି ନାହିଁ, ଲୋକଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସ୍ୱଚ୍ଛତା ଏବଂ ସରକାରୀ ସେବାର ନାଗରିକ-କୈନ୍ଦ୍ରିକ ବିତରଣ ସୁନିଶ୍ଚିତ କରିବା ପାଇଁ ଜନତାଙ୍କଠାରୁ ମତାମତ ଗ୍ରହଣ କରିବା ପାଇଁ ଏକ ସମର୍ପିତ ପୋର୍ଟାଲ୍ ଏହି ଅବସରରେ ଶୁଭରମ୍ଭ ହୋଇଛି। ଏହି ପୋର୍ଟାଲଟି ହେଉଛି www.amashasana.odisha.gov.in । ସେହିପରି…

Read More