Author: Sarasinee Subudhi

କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା କର (GST)ରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଆସନ୍ତା ମାସ ପ୍ରାରମ୍ଭରେ ହେବାକୁ ଥିବା ଜିଏସଟି ପରିଷଦ ବୈଠକରେ ସମସ୍ତ ଖାଦ୍ୟ ଏବଂ ବୟନଶିଳ୍ପ ଉତ୍ପାଦକୁ ୫ ପ୍ରତିଶତ ଟିକସ ସ୍ଲାବରେ ଆଣିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ଏହା ସହିତ, ସିମେଣ୍ଟ, ସେଲୁନ୍ ଏବଂ ବ୍ୟୁଟି ପାର୍ଲର ଓ ସ୍ୱାସ୍ଥ୍ୟ ବୀମା ଯୋଜନା ସମେତ ଅନେକ ଉତ୍ପାଦ ଉପରେ ଟିକସ ହ୍ରାସ ନେଇ ମଧ୍ୟ ବୈଠକରେ ବିଚାର କରାଯାଇପାରେ ବୋଲି ଆକଳନ କରାଯାଉଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସିମେଣ୍ଟ ଉପରେ ୨୮ ପ୍ରତିଶତ ଟିକସ ଲାଗୁ ହେଉଛି। ଏହାକୁ ୧୮ ପ୍ରତିଶତକୁ ହ୍ରାସ କରିବାର ଯୋଜନା ରହିଛି। ନିର୍ମାଣ ଏବଂ ଭିତ୍ତିଭୂମି କ୍ଷେତ୍ର ଦ୍ୱାରା ଏହା ଦୀର୍ଘ ସମୟ ଧରି ଦାବି କରାଯାଇଆସୁଛି। କାରଣ ସିମେଣ୍ଟ ନିର୍ମାଣ ପାଇଁ ଏକ ଅତ୍ୟାବଶ୍ୟକ କଞ୍ଚାମାଲ। ଏହି ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ…

Read More