Author: Sarasinee Subudhi

ଆସାମରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅବୈଧ ଜବରଦଖଲକାରୀଙ୍କଠାରୁ ସରକାରୀ ଏବଂ ଜଙ୍ଗଲ ଜମି ଛଡେଇ ଆଣିବା ପାଇଁ ଏକ ଜୋରଦାର ଉଚ୍ଛେଦ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଯାହାକୁ ନେଇ ପୁରା ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ସେ କହିଛନ୍ତି ଯେ ୨୦୨୧ରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହି ଅଭିଯାନ ତାଙ୍କ ପ୍ରଶାସନର ମୂଳଦୁଆ ହୋଇଛି। ଆସାମରେ ଏହି ଉଚ୍ଛେଦ ଅଭିଯାନ କେବଳ ୧.୫ ଲକ୍ଷ ବିଘାରୁ ଅଧିକ ଜମି ଫେରି ପାଇବାରେ ସାହାଯ୍ୟ କରିଛି ତାହା ନୁହେଁ ବରଂ ୨୦୨୬ ପ୍ରାରମ୍ଭରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏକ ରାଜନୈତିକ ଝଡ଼ ମଧ୍ୟ ସୃଷ୍ଟି କରିଛି। ହିମନ୍ତ କହିଛନ୍ତି ଯେ ସାର୍ବଜନୀନ ଜମିରେ ଅନଧିକୃତ ବସତିକୁ ଟାର୍ଗେଟ କରୁଥିବା ଏହି ଅଭିଯାନଗୁଡ଼ିକ “ଆସାମର ଆଦିବାସୀ ସମ୍ପଦକୁ ସୁରକ୍ଷା ଦେବା ଏବଂ ଅବୈଧ ପ୍ରବାସ, ବିଶେଷକରି ବାଂଲାଦେଶରୁ ହେଉଥିବା ଜନସଂଖ୍ୟାଗତ ପରିବର୍ତ୍ତନ ବିଷୟରେ ଦୀର୍ଘକାଳୀନ ଚିନ୍ତାକୁ…

Read More