Author: Sarasinee Subudhi

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିରେ ସାଙ୍ଘାତିକ କଥା ଲେଖିଛନ୍ତି । ସମ୍ପ୍ରତି ପ୍ରକାଶିତ ନବୀନ ପଟ୍ଟନାୟକ ସଂସ୍କରଣରେ ରୁବେନ ଲେଖିଛନ୍ତି, ନବୀନଙ୍କ ଦିବଂଗତ ଭଉଣୀ ଗୀତା ମେହେଟ୍ଟାଙ୍କ ମୃତ୍ୟୁ ପୂର୍ବରୁ ପାଣ୍ଡିଆନଙ୍କ ଉପରେ ସନ୍ଦେହ କରିଥିଲେ । ନବୀନଙ୍କୁ ପାଣ୍ଡିଆନ ଭୁଲ ବାଟରେ ନେଉଥିବା ଭଉଣୀ ଗୀତା ମେହେଟ୍ଟାଙ୍କର ସନ୍ଦେହ ହୋଇଥିଲା । ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଉପରେ ଲେଖିଥିବା ବହିର ପଞ୍ଚମ ଅଧ୍ୟାୟ ‘ପାଣ୍ଡିଆନ କୁହକ’ରେ ଲେଖିଛନ୍ତି ଯେ, କୁହାଯାଏ ନବୀନଙ୍କର ବଡ଼ ଭଉଣୀ ଗୀତା ମେହେଟ୍ଟା ଥରେ ପାଣ୍ଡିଆନଙ୍କ କଥା ଉଠାଇଥିଲେ । ୨୦୨୩ ମସିହା ସେପ୍ଟେମ୍ବର ମାସରେ ତାଙ୍କର ନିଧନ ହେବାର ଅବ୍ୟବହିତ ପୂର୍ବରୁ ସେ ଦୁର୍ବଳ ସ୍ୱରରେ ନବୀନଙ୍କ ଲାଗି ଚିନ୍ତା କରିଥିଲେ । ସେ ତାଙ୍କୁ ଅବାଟରେ ନେଉନି ତ? ବୋଲି ତାଙ୍କୁ ଡାକ୍ତରଖାନାରେ ଦେଖୁବାକୁ…

Read More