Author: Sarasinee Subudhi

ସାର ପାଇଁ ସାରା ରାଜ୍ୟରେ ଭୟାବହ ସ୍ଥିତି ଉପୁଜଛି। ଅଧିକାଂଶ ଜିଲ୍ଲାରେ ଚାଷୀଙ୍କୁ ସାର ମିଳୁନି। ଏଣୁ ସୋସାଇଟି ସମ୍ମୁଖରେ ଚାଷୀ ଧାରଣା ଦେଲା ଭଳି ଦିନ ରାତି ବସୁଛନ୍ତି। ସୋସାଇଟି କର୍ମଚାରୀ ସାର ଦେବେ କଣ ଓଲଟା କବାଟ ବନ୍ଦ କରି ଦେଉଛନ୍ତି। ଅନୁଗୁଳ, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ପ୍ରଭୃତି ଜିଲ୍ଳାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। ମାଲକାନଗିରିରେ ଚାଷୀମାନେ ହରତାଳକୁ ଓହ୍ଲାଇଛନ୍ତି । ଏହି ସମୟରେ ଫାଇଦା ଉଠାଉଛନ୍ତି କଳାବଜାରୀ। ଚୋରାରେ ଦୁଇଗୁଣା ଟଙ୍କାରେ ସାର ବିକ୍ରି କରୁଥିବା ବେଳେ ଏହା ମଧ୍ୟରୁ ଅଧିକାଂଶ ସାର ନକଲି ବୋଲି ଅଭିଯୋଗ ହୋଇଛି। ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଥିଲା। ପ୍ରକୃତି ଚାଷୀଙ୍କ ପାଇଁ ମନ ଖୋଲା ବର୍ଷା ହୋଇଥିଲା, ଏହାରି ଭିତରେ ସରକାର ସାର ଯୋଗାଇବାରେ ହାତକୁ ଚାପି ଦେଲେ। ଏହାକୁ ନେଇ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ବିଭିନ୍ନ ସୋସାଇଟି ପକ୍ଷରୁ…

Read More