Author: Sarasinee Subudhi

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା। ପୁରପଲ୍ଲୀ ସବୁଠି ଉତ୍ସାହର ମାହୋଲ। ଶିକ୍ଷାନୁଷ୍ଠାନର ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା। ତେବେ ଭାରତରେ ଏମତି ଗୋଟିଏ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କ ୩୨ଟି ରୂପ ସହିତ ପୂଜା ପାଆନ୍ତି । କର୍ଣ୍ଣାଟକର ମହୀଶୂରର ନାଞ୍ଜାଙ୍ଗୁଡରେ ୧୧ ବି ଶତାବ୍ଦୀରେ ନିର୍ମିତ ଶ୍ରୀକାନ୍ତେଶ୍ୱର ମନ୍ଦିର ରହିଛି। ଭଗବାନ ଶିବଙ୍କ ଏହି ମନ୍ଦିରର କାନ୍ଥରେ ୩୨ଟି ରୂପରେ ଭଗବାନ ଗଣେଶଙ୍କ ମୂର୍ତ୍ତି ତିଆରି ହୋଇଛି। ଯାହା ଏହି ମନ୍ଦିରର ବିଶେଷତ୍ୱ। ଏହା ସମଗ୍ର ବିଶ୍ୱର ଏକମାତ୍ର ମନ୍ଦିର ଯେଉଁଠି ଏପରି ବିଶେଷତ୍ୱ ​​ସହିତ। ମନ୍ଦିରର ପ୍ରବେଶ ଦ୍ୱାର ୧୨୦ଫୁଟ ଉଚ୍ଚ, ଯାହା ଏହାର ପ୍ରାଙ୍ଗଣକୁ ଖୋଲିଥାଏ । ମନ୍ଦିର ଭିତର ଗମ୍ଭୀରାକୁ ଯିବା ପରେ, ଭଗବାନ ଶ୍ରୀକାନ୍ତେଶ୍ୱର ଅର୍ଥାତ୍ ମହାଦେବଙ୍କ ମୂର୍ତ୍ତି ଦେଖିପାରିବେ। ଏଠାରେ ଉପସ୍ଥିତ ଭଗବାନ ଗଣେଶଙ୍କ…

Read More