Author: Sarasinee Subudhi

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମୋହମ୍ମଦ ଇଶାକ ଡାରଙ୍କୁ ସେତେବେଳେ ବାଂଲାଦେଶ ପଟୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବାଂଲାଦେଶ କହିଲା ଯେ ତା’ର ବିପୁଳ ସମ୍ପତ୍ତି ଏବଂ ଟଙ୍କା ପାକିସ୍ତାନ ଗତ ୫୦ ବର୍ଷ ଧରି ଦବାଇ ରଖିଛି। ଏପରିକି ପାକିସ୍ତାନ ବାଂଲାଦେଶ ପାଇଁ ଆସିଥିବା ବୈଦେଶିକ ସାହାଯ୍ୟର ବଡ଼ ଅଂଶକୁ ମଧ୍ୟ ହଜମ କରିନେଇଛି। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ମୋହମ୍ମଦ ଇଶାକ ଡାର ଢାକା ପହଞ୍ଚିବା ପରେ ମିଛରେ ଦାବି କରିଥିଲେ ଯେ ୧୯୭୧ ର ଅମୀମାଂସିତ ମୁଦ୍ଦାଗୁଡ଼ିକୁ ସମାଧାନ କରାଯାଇଛି। ତୁରନ୍ତ ତାଙ୍କୁ ଜବାବ ମିଳିଲା ଯେତେବେଳେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତୌହିଦ ହୁସେନ ତାଙ୍କୁ ମିଛ ବୋଲି ପ୍ରମାଣ କରି କହିଲେ ଯେ ୫୩ ବର୍ଷ ଧରି ପାକିସ୍ତାନ ତାଙ୍କ ଦେଶର ବହୁ ଟଙ୍କା ଏବଂ ସମ୍ପତ୍ତି ଦବାଇ ରଖିଛି, ଯାହା ଦେବାକୁ ନାମ ମଧ୍ୟ ନେଉନାହିଁ। ବାଂଲାଦେଶର ଦାବି…

Read More