Author: Sarasinee Subudhi

ବିଜୁ ଜନତା ଦଳରେ ଯୋଗ ଦେବା ପାଇଁ ଗୋଡ଼ ଟେକି ବସିଥିବା ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅସଲ ସ୍ୱରୂପ ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ସରକାରୀ ଚାକିରିରେ ଥିବାବେଳେ ସେ କିପରି ବିଜେଡି ପାଇଁ ଭୋଟ୍‍ ଯୋଗାଡ଼ରେ ଲାଗିଥିଲେ ଓ ଏଥଇପାଇଁ ସରକାରୀ ତହବିଲକୁ ଉପଯୋଗ କରିଥିଲେ ତାହା ମଧ୍ୟ ଉଜାଗର ହୋଇଛି। ବିଜଦ ସରକାର କ୍ଷମତାରେ ଥିବାବେଳେ ମିଶନଶକ୍ତି ବିଭାଗ ମହିଳାମାନେ କିପରି ବିଜୁ ଜନତା ଦଳ ପାଇଁ ଭୋଟ୍‍ ପ୍ରଚାର କରି ଦଳୀୟ କାମରେ ଲାଗିବେ ସେଥ‌ିପାଇଁ ମିଶନଶକ୍ତି ବିଭାଗ ସାଢ଼େ ପାଞ୍ଚ ମାସରେ ଦୁବାଇ ମଉଜ ନାମରେ ୧୩ ଗୋଟି ୪୮ ଲକ୍ଷ ୩୦ ହଜାର ୧୩ଟଙ୍ଗା ସରକାରୀ ତହବିଲରୁ ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ମିଳିଥ‌ିବା ତଥ୍ୟ ଅନୁସାରେ ୧୫ ନଭେମ୍ବର ୨୦୨୩ରୁ ୧ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ୯୫୯ଜଣଙ୍କୁ ସୁଜାତା ରାଉତ ସଚିବ ଥ‌ିବା…

Read More