Author: Sarasinee Subudhi

ଖୁବ୍ ଶୀଘ୍ର ବର୍ଷା ଋତୁ ଆସୁଛି । ଏଇ ମାତ୍ର ଅଷାଢ଼ ଆରମ୍ଭ ହେଲା । ପୂରା ଦୁଇ ମାସ ଏହି ଋତୁ ସାରା ଦେଶରେ ରାଜୁତି କରିବା ସହିତ ଆଉ ଦୁଇ ମାସ, ଏମିତିକି ବର୍ଷର ଯେ କୌଣସି ସମୟରେ ଏହା ତା’ର ରୂପ ଦେଖାଇ ପାରେ । ତେବେ ଋତୁକାଳୀନ ହେଉ କି ଅସମୟରେ, ଜୋରରେ ବର୍ଷା ହେଲେ ସହରାଞ୍ଚଳଠୁ ଆରମ୍ଭ କରି ବେଶ୍ କେତେକ ଗ୍ରାମର ରାସ୍ତାଘାଟରେ ସୃଷ୍ଟି ହୁଏ ବନ୍ୟା ଭଳି ପରିସ୍ଥିତି, ଯାହା ଜନଜୀବନକୁ କରି ପକାଏ ଅସ୍ତବ୍ୟସ୍ତ– ଯେତେ କମ୍ ସମୟ ପାଇଁ ହେଉ ପଛେ । ପୁଣି କିଛି ଜୀବନ ମଧ୍ୟ ନେଇଯାଏ ; ଧନର କ୍ଷତି କଥା ତ ଛାଡ଼ନ୍ତୁ। ସେହିପରି ସହରାଞ୍ଚଳଗୁଡ଼ିକରେ ଯାନବାହନଗୁଡ଼ିକର ଅସମ୍ଭବ ଭିଡ଼ ସାଧାରଣ ମଣିଷ ପାଇଁ ଅନ୍ୟ ଏକ ଅଶ୍ୱସ୍ତିକର ବିଷୟ । ଏବେ ଆସିବା ସାମ୍ପ୍ରତିକ ବିଷୟକୁ। ମୁମ୍ବାଇର ବୋରି ବନ୍ଦର ଏବଂ…

Read More