Author: Sarasinee Subudhi

ଆପଣ କଳ୍ପନା କରିପାରିବେ କି ଉନବିଂଶ ଶତାବ୍ଦୀରେ ୟୁରୋପରେ ସାଇକେଲ ଆବିଷ୍କାର ହେବାବେଳେ ଅନେକ ଡାକ୍ତର ଓ ବୈଜ୍ଞାନିକ ନାକ ଟେକିଥିଲେ । ଯାହାକୁ ଆଜି ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ଜିନିଷ ବୋଲି ବିବେଚନା କରାଯାଉଛି, ତାକୁ ସେତେବେଳର ଡାକ୍ତର ଓ ବୈଜ୍ଞାନିକ ଅସ୍ୱାସ୍ଥ୍ୟକର ତଥା ବିପଜ୍ଜନକ କହି ଖାରଜ କରିଦେଇଥିଲେ । ଖବରକାଗଜରେ ଏହାକୁ ସମାଜକୁ ନଷ୍ଟ କରୁଥିବା ଖେଳଣା କୁହାଯାଇଥିଲା। କିନ୍ତୁ ମାତ୍ର କେଇ ଦଶନ୍ଧିରେ ସାଇକେଲ ଗମନାଗମନର ସବୁଠାରୁ ସହଜ ପନ୍ଥା ହୋଇଥିଲା । ଯଦିଓ ଏହା ସତ୍ୟ ଯେ ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆସିଥିବା ସାଇକେଲର ପ୍ରାରମ୍ଭିକ ମଡେଲଗୁଡ଼ିକ ଅଦଭୂତ ଓ ବଡ଼ ଚକ ବିଶିଷ୍ଟ ଥିଲା। ପ୍ରାରମ୍ଭିକ ମଡେଲକୁ “ଡ୍ରେସିନା” କୁହାଯାଇଥିଲା, ଯାହାକୁ ୧୮୧୭ରେ କାର୍ଲ ଭନ ଡ୍ରେସେ ତିଆରି କରିଥିଲେ। ଏହାପରେ ୧୮୭୦ ପର୍ଯ୍ୟନ୍ତ “ହାଇ ହ୍ୱିଲର ଓ ପେନି-ଫାର୍ଥିଂ” ମଡେଲ ଆସିଥିଲା, ଯେଉଁଥିରେ ଆଗ ଚକ ବଡ଼ ଓ ପଛ…

Read More