Author: Sarasinee Subudhi

ଲଦାଖକୁ ପୂର୍ଣ୍ଣାଙ୍ଗ ରାଜ୍ୟ ମାନ୍ୟତା ଦେବା ଓ ଏହି ଅଞ୍ଚଳକୁ ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ଦାବି ନେଇ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମଧ୍ୟରେ ହିଂସା ସୃଷ୍ଟି ହୋଇଛି। ବିଜେପିର କାର୍ଯ୍ୟାଳୟକୁ ପୋଡ଼ି ଦିଆଯାଇଛି। କେନ୍ଦ୍ରୀୟ ବାହିନୀର କିଛି ଗାଡ଼ି ମଧ୍ୟ ଜାଳି ଦିଆଯାଇଛି। ଜଳାପୋଡ଼ା-ହିଂସା ପରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ଓ୍ୱାଙ୍ଗଚୁକ ତାଙ୍କ ଅନଶନ ସମାପ୍ତ କରିଛନ୍ତି। ସେ ଲୋକଙ୍କୁ ହିଂସା ନ କରିବାକୁ ଅପିଲ କରିଛନ୍ତି । ତେବେ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ ହେବାକୁ କାହିଁକି ଲଦାଖରେ ଜେନ୍ ଜେଡ୍ ଦାବି କରୁଛନ୍ତି ? ଏହାଦ୍ୱାରା କ’ଣ ବଦଳିଯିବ ? ଆସନ୍ତୁ ବୁଝିବାକୁ ଚେଷ୍ଟା କରିବା । ଲଦାଖ କାହିଁକି ଖାସ? ଭାରତର ଉତ୍ତର ସୀମାରେ ଅବସ୍ଥିତ ଲଦାଖ ତାହାର ଭୌଗୋଳିକ, ସାଂସ୍କୃତିକ ଓ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ୨୦୧୯ରେ ଅନୁଚ୍ଛେଦ ୩୭୦ ରଦ୍ଦ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ ଅଧିନିୟମ…

Read More