Author: Sarasinee Subudhi

ଜଣାଶୁଣା ଆସାମୀୟ ଗାୟକ ଜୁବୀନ ଗର୍ଗଙ୍କର ୫୨ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସିଙ୍ଗାପୁରର ଲାଜରସ ଦ୍ୱୀପରେ ସନ୍ତରଣ କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଥିଲା ଯେ ଗାୟକର ମୃତ୍ୟୁ ସ୍କୁବା ଡାଇଭିଙ୍ଗ ଦୁର୍ଘଟଣାରେ ହୋଇଛି। କିନ୍ତୁ, ପରେ କୁହାଗଲା ଯେ ତାଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଛି। ଏବେ ଜୁବୀନଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ,ତାହାର ଯାଞ୍ଚ ପାଇଁ ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ (ଏସ୍ଆଇଟି) ଗଠନ କରାଯାଇଛି। ଏହା ଅଧୀନରେ ଅପରାଧିକ ଷଡ଼ଯନ୍ତ୍ର ଓ ବିନା ଉଦ୍ଦେଶ୍ୟରେ ହତ୍ୟା ଭଳି ଅଭିଯୋଗ ଅନ୍ତର୍ଭୁକ୍ତ। କିଛି ଏହାଭଳି ରହସ୍ୟମୟ ପରିସ୍ଥିତିରେ ଜଣାଶୁଣା ଅଭିନେତ୍ରୀ ଶ୍ରୀଦେବୀଙ୍କର ମଧ୍ୟ ଦୁବାଇରେ ମୃତ୍ୟୁ ହୋଇଥିଲା। କିନ୍ତୁ, ତାଙ୍କର ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହିଁ ରହିଛି। ସବୁଠାରୁ ବଡ଼ କଥା ହେଉଛି ଯେ ଉଭୟଙ୍କ ମୃତ୍ୟୁ ସେତେବେଳେ ହୋଇଥିଲା ଯେତେବେଳେ ସେମାନେ ଦେଶରୁ ବାହାରେ ଥିଲେ ଓ…

Read More