Author: Sarasinee Subudhi

ଆଜିଠୁ ଅରମ୍ଭ ହୋଇଛି ସେପ୍ଟେମ୍ବର ମାସ। ତେବେ ମାସ ଆରମ୍ଭରୁ ବ୍ଯାଙ୍କ, ପୋଷ୍ଟାଲ, ଗ୍ଯାସ ଦର ସହ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି ବା ହେବାକୁ ଯାଉଛି, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ। ଆସନ୍ତୁ ବିସ୍ତାରିତ ଭାବରେ ସେପ୍ଟେମ୍ବରରେ ହୋଇଥିବା ପରିବର୍ତ୍ତନ ବିଷୟରେ ଜାଣିବା… ଆଇଟିଆର ଫାଇଲ କରିବାର ଶେଷ ତାରିଖରେ ହୋଇଛି ପରିବର୍ତ୍ତନ। ଯେଉଁମାନେ ଆୟକର ରିଟର୍ଣ୍ଣ (ଆଇଟିଆର) ଫାଇଲିଂ କରିନାହାଁନ୍ତି, ସେମାନଙ୍କ ପାଇଁ ସରକାର ଏହା ଫାଇଲିଂ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ୨୦୨୫ ଧାର୍ଯ୍ୟ କରିଛନ୍ତି। ଯଦି ଆପଣ ଏହି ତାରିଖ ସୁଦ୍ଧା ରିଟର୍ଣ୍ଣ ଫାଇଲ୍ କରନ୍ତି ନାହିଁ, ତେବେ ଆପଣଙ୍କୁ ବିଳମ୍ବ ଫି ଏବଂ ସୁଧ ଦେବାକୁ ପଡିବ। ଆଧାର କାର୍ଡ ଅପଡେଟରେ ମଧ୍ୟ ବଡ଼ ଚେତାବନୀ ଏହି ମାସରେ ରହିଛି। ୟୁଆଇଡ଼ିଏଆଇ ଆଧାର କାର୍ଡ ଅପଡେଟ୍ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର…

Read More