Author: Sarasinee Subudhi

ପେଟ୍ରୋଲ ପମ୍ପଗୁଡ଼ିକରେ ଗଲା ଦୁଇମାସ ହେଲା ମିଳୁଥିବା ଇ-୨୦ ପେଟ୍ରୋଲ ଅର୍ଥାତ୍‍ ଇଥାନଲ ମିଶା ପେଟ୍ରୋଲକୁ ନେଇ ସୃଷ୍ଟି ହୋଇଛି ବିବାଦ। ସରକାର ବାଧ୍ୟ କରି ଲୋକଙ୍କ ଗାଡ଼ି ଖରାପ କରୁଛନ୍ତି ବୋଲି ହୋଇଛି ଅଭିଯୋଗ। ସରକାରଙ୍କ ପଦକ୍ଷେପକୁ ଇନ୍ସ୍ୟୁରାନ୍ସ କମ୍ପାନୀ ମାନୁ ନଥିବାରୁ ହରଡ଼ଘଣାରେ ପଡ଼ୁଛନ୍ତି ଗାଡ଼ି ଚାଳକ। ଏନେଇ ଅଭିଯୋଗ ଏତେ ଉତ୍କଟ ହୋଇଛି ଯେ ଏହାକୁ ନେଇ ଦାୟର ହୋଇଥିବା ଜନସ୍ୱାର୍ଥମାମଲାର ବିଚାର କରିବାକୁ ଖୋଦ୍‍ ପ୍ରଧାନ ବିଚାରପତିଙ୍କୁ ଆଗକୁ ଆସିବାକୁ ପଡ଼ିଛି। ମାମଲା ଏଥିରୁ କେତେ ଗମ୍ଭୀର ଆପଣ ଅନୁମାନ କରିପାରନ୍ତି। ତେବେ କାହିଁକି ଏପରି ବିରୋଧ, ବିବାଦ ଏବଂ ସମାଲୋଚନା? ଜାଣିବା ଏଇ ରିପେର୍ଟରେ। ଜୁଲାଇ ମାସରୁ ସାରା ଭାରତରେ ଇ-୨୦ ପେଟ୍ରୋଲ ବିକ୍ରି କରାଯାଉଛି। ଅର୍ଥାତ୍‍ ଯେଉଁ ପେଟ୍ରୋଲ ଆପଣ ଗାଡ଼ିପାଇଁ କିଣୁଛନ୍ତି ସେଥିରେ ୧୦୦ ପ୍ରତିଶତ ପେଟ୍ରୋଲ ନାହିଁ। ୨୦ ପ୍ରତିଶତ ରହିଛି ଇଥାନଲ। ଆଖୁ, ମକା ପ୍ରଭୃତି କୃଷିଜାତ ଦ୍ରବ୍ୟର…

Read More