Author: Sarasinee Subudhi

ସାତପଡ଼ାରେ ଡଲଫିନ୍‍ ଦେଖିବା ହେଉ ବା ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ନୌ ଯାତ୍ରାକୁ ଏବେ ଆଗୁଆ ବୁକିଂ କରିହେବ। ଆପଣ ଯେଉଁଠି ଥିଲେ ବି ନିର୍ଦ୍ଦିଷ୍ଟ ତାରିଖରେ ନିର୍ଦ୍ଧାରିତ ସମୟ ପାଇଁ ଡଙ୍ଗା ବୁକିଂ କରିବାକୁ ସରକାରୀ ବ୍ୟବସ୍ଥା ଉନ୍ମୋଚନ କରାଯାଇଛି। ଆପଣଙ୍କ ମୋବାଇଲରେ ‘ଓଡ଼ିଶା ଯାତ୍ରୀ’ ଆପ୍‍ ଜରିଆରେ ଏହି ସୁବିଧା ପାଇପାରିବେ ବୋଲି ଓଡ଼ିଶା ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁବବିଧା ସ୍ୱଚ୍ଛ, ସୁବିଧା ଜନକ ଓ ସୁରକ୍ଷିତ ଯାତ୍ରା ବୁକିଂ ପାଇଁ ଉଦ୍ଦିଷ୍ଟ ବୋଲି ବିଭାଗୀୟ ସଚିବ କହିଛନ୍ତି। ଖାଲି ସେତିକି ନୁହେଁ ଏଣିକି ଏହି ଗୋଟିଏ ଆପରେ ସହରାଞ୍ଚଳ ଯାତାୟାତ ପାଇଁ ଉଦ୍ଦିଷ୍ଟ ମୋ ବସ୍‍ ସେବାକୁ ମଧ୍ୟ ବୁକିଂ କରିହେବ। ଏହା ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ମାଧ୍ୟମରେ ରାଜ୍ୟରେ ଗତିଶୀଳତା ଏବଂ ପର୍ଯ୍ୟଟନ ଅଭିଜ୍ଞତାକୁ ପରିବର୍ତ୍ତନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନୂତନ ଅପଡେଟ୍ ସହିତ, ନାଗରିକମାନେ ଏବେ…

Read More