Author: Sarasinee Subudhi

ବିଶ୍ଵ ପାଇଁ ୨୦୨୫ ବଡ ଅଶୁଭ ସାବ୍ୟସ୍ତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ବଡ଼ ସର୍ବନାଶ କରିଛି। ଗତମାସରେ ଋଷ ଉପକୂଳରେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ସହ ଜାପାନ, ଋଷର କେତେକ ଅଞ୍ଚଳ ସହ ଆମେରିକାରେ ଭୟଙ୍କର ପ୍ରଳୟ ଆଣିଥିଲା । କୋଠାବାଡି, ଘର ଦୁଆର ସମୁଦ୍ର ଗର୍ଭରେ ପଶିଯାଇଥିଲା । ରବିବାର ସେମିତି ଏକ ଭୂକମ୍ପ ଝଟକା ଆଫଗାନିସ୍ତାନର ଛାତି ଥରେଇ ଦେଇଛି। ଏଠାରେ ଏକ ବଡ଼ ଧରଣର ଭୂମିକମ୍ପ ଘଟିଥିବାବେଳେ ଏଥିରେ ଅତି କମରେ ୮୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଏବଂ ୧୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଅନେକ ଗାଁ ଭୁଶୁଡ଼ି ପଡ଼ିଛି, ଘର ଭାଙ୍ଗି ଯାଇଛି ଏବଂ ଉଦ୍ଧାରକାରୀ ଦଳ ରିଲିଫ୍ କାର୍ଯ୍ୟ ପାଇଁ ଦୁର୍ଗମ ଅଞ୍ଚଳକୁ ପଠାଯାଇଛି। ଅନଲାଇନରେ ପ୍ରସାରିତ ଭିଡିଓଗୁଡ଼ିକରେ ଦେଖିବାକୁ ମିଳୁଛି ଯେ, ଲୋକମାନେ ମୃତଦେହ ବୋହି ନେଉଛନ୍ତି, ଚାରିପାଖରେ ଧ୍ୱଂସାବଶେଷ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି। ଭୂମିକମ୍ପର…

Read More