Author: Sarasinee Subudhi

ଆସୁଛି ପାର୍ବଣ ସଜେଇ ହେଉଛି ରାଜଧାନୀ ଆଉ ସତର୍କ ହେଉଛି ପ୍ରଶାସନ। ପୂଜା ପାଇଁ କମିଶନର ପୋଲିସଠାରୁ ଅରମ୍ଭ କରି ବିଏମସି ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ପ୍ରସ୍ତୁତ। ସୁରକ୍ଷିତ ଆଉ ଶୃଙ୍ଖଳାରେ ଦଶହରା ସାରିବା ପାଇଁ ବିଏମସି ନେଇଛି ବଡ଼ ପଦକ୍ଷେପ। ଏଥର ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ହେବ ନାହିଁ । ଏହାସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ହୋଇଛି। ମେଲୋଡି ଶୋ’ରେ ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧ ସହ ମେଳା/ରାବଣ ପୋଡ଼ି ପାଇଁ ବାଧ୍ୟତାମୂଳକ ପାର୍କିଂ ସ୍ଥାନ ଅନୁମୋଦନ ଆଦି ବିଏମସି କମିଶନର, ମେୟର, କର୍ପୋରେଟର, ପୋଲିସ ଅଧିକାରୀ, ୱାଟକୋ ଏବଂ ଅଗ୍ନିଶମ ସେବା ସମେତ ବିଭିନ୍ନ ବିଭାଗର ପ୍ରତିନିଧିଙ୍କ ଉପସ୍ଥିତିରେ ଅନୁଷ୍ଠିତ ପୂଜା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଯଦି ପାର୍କିଂ ନଥିବ ତାହାଲେ ପଡ଼ିବନି ମୀନା ବଜାର, ମିଳିବନି ରାବଣ ପୋଡ଼ି ଅନୁମତି। ମୁଖ୍ୟ ରାସ୍ତାରେ ତୋରଣ ଲଗେଇ…

Read More