Author: Sarasinee Subudhi

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ଉପରେ ଅତ୍ୟାଚାର ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ, ୧୯୮୯(ଏସସି/ଏସଟି ଆଇନ) ଅନୁଯାୟୀ ଜଣେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ସେପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ଏହା ପ୍ରମାଣିତ ନହୁଏ ଯେ ଏହି ଆଇନ ଅନୁଯାୟୀ କୌଣସି ଅପରାଧ ହୋଇ ନାହିଁ। ଭାରତର ମୁଖ୍ୟ ବିଚାରପତି ବି.ଆର.ଗଭାଇ, ବିଚାରପତି କେ. ବିନୋଦ ଚନ୍ଦ୍ରନ ଏବଂ ବିଚାରପତି ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ଏକ ଜାତିଗତ ଅତ୍ୟାଚାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥିବା ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରି ଏହି ନିର୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ଏବଂ ଅନ୍ୟମାନେ ତାଙ୍କୁ ତାଙ୍କ ଜାତି ନାମରେ “ମାଙ୍ଗତ୍ୟାନୋ” ଡାକି ଦୁର୍ବ୍ୟବହାର କରିଥିଲେ, ଏହାସହ ଲୁହା…

Read More