Author: Sarasinee Subudhi

ଜିଏସଟି ୨.୦ ମାଧ୍ୟମରେ, ମୋଦୀ ସରକାର ଦେଶରେ ସଂସ୍କାରର ଝଡ଼ ଆଣିଛନ୍ତି। ଏଗୁଡ଼ିକ ଭାରତୀୟ ଅର୍ଥନୀତିକୁ ଗତି ଦେଇପାରିବ ବୋଲି କୁହାଯାଉଛି । ଭାରତକୁ ଏହି ଗତିର ଅତ୍ୟନ୍ତ ଆବଶ୍ୟକତା ଅଛି। ଏଗୁଡ଼ିକୁ ଆଣିବାର ସମୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହି ସଂସ୍କାରଗୁଡ଼ିକ ଏପରି ସମୟରେ ଅଣାଯାଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ବେଣ୍ଡ କରିବା ପାଇଁ ଅଯଥାରେ ଶୁଳ୍କ ବାଣ ବର୍ଷା କରିଛନ୍ତି। ତାହାପୁଣି ଋଷିଆନ ତେଲ କିଣିବା ପାଇଁ ଟାର୍ଗେଟ କରାଯାଇଛି। ବିଶେଷଜ୍ଞମାନେ ଜିଏସଟି ୨.୦କୁ ସ୍ୱାଗତ କରିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଟାରିଫ ମାଧ୍ୟମରେ ଟ୍ରମ୍ପ ଯେଉଁ ଝୁରୁଝୁରି ବାଣ ଫୁଟାଇଛନ୍ତି ତାହା ତୁଳନାରେ ଜିଏସଟିରେ ସଂସ୍କାର ଏକ ବୋମା। ସେମାନଙ୍କ ସହାୟତାରେ, ଶୁଳ୍କ ଲାଗୁ ହେବା ଯୋଗୁଁ ଅର୍ଥନୀତିର ଯେଉଁ କ୍ଷତି ହେବାର ଆଶଙ୍କା ଅଛି ତାହା ପୂରଣ କରାଯାଇପାରିବ। ଟିକସ ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ଜିଏସଟି ୨.୦ଆଣିବାକୁ ନିଷ୍ପତ୍ତି…

Read More