Author: Sarasinee Subudhi

ପୂର୍ବତ୍ତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ଏକ ଫୌଜଦାରୀ ମାମଲାରେ ଅଭିଯୋଗ ଦାଖଲ ହୋଇଥିବା ବେଳେ ଏହାର ଶୁଣାଣି ପାଇଁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୦ ତାରିଖକୁ ତାରିଖ ଧାର୍ଯ୍ୟ କରିଛନ୍ତି। ସୋନିଆ ବିରୋଧରେ ଦାଖଲ ହୋଇଥିବା ଏଫଆଇଆରରେ ଅଭିଯୋଗ କରାଯାଇଛି ଯେ ତାଙ୍କନାମ ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ତାଲିକାରେ ଥିଲା। ଆଇନଜୀବୀ ବିକାଶ ତ୍ରିପାଠି ଏହି ଅଭିଯୋଗ ଦାଖଲ କରିଛନ୍ତି।  ୧୯୮୦ ମସିହାରେ ଭୋଟର ତାଲିକାରେ ନାମ ଥିବା ଅଭିଯୋଗ ଆଇନଜୀବୀ ବିକାଶ ତ୍ରିପାଠି କହିଛନ୍ତି ଯେ ସୋନିଆ ଗାନ୍ଧୀଙ୍କ ନାମ ୧୯୮୦ ମସିହାରେ ନୂଆଦିଲ୍ଲୀର ଭୋଟର ତାଲିକାରେ ଥିଲା। ଯେତେବେଳେ ତାଙ୍କୁ ୩୦ ଏପ୍ରିଲ ୧୯୮୩ ରେ ଭାରତୀୟ ନାଗରିକତା ମିଳିଥିଲା। ସେ ଅଭିଯୋଗ କରିଛନ୍ତି ଯେ ଏହା ଜନପ୍ରତିନିଧିତ୍ୱ ଆଇନ, ୧୯୫୦ ର ଧାରା ୧୬ (୧) (କ) ର ଉଲ୍ଲଂଘନ। ଏହି ଧାରା ଅନୁଯାୟୀ, ଯେଉଁମାନେ ଭାରତର…

Read More