Author: Sarasinee Subudhi

ଓଡ଼ିଶାରେ ଆଗାମୀ ଦିନରେ କଂଗ୍ରେସ ହିଁ ଜନତାଙ୍କ ଏକମାତ୍ର ବିକଳ୍ପ ଦଳ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଆଗାମୀ କଂଗ୍ରେସକୁ ସଶକ୍ତ କଂଗ୍ରେସ ବୋଲି ବର୍ଣ୍ଣନା କରି ପିସିସି ସଭାପତି କହିଛନ୍ତି ଯେ, ଦେଶରେ ସମ୍ବିଧାନ, ଭୋଟ ଚୋରି, ନାରୀ ନ୍ୟାୟ ଆଦି ବିଷୟକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନତାଙ୍କ ପାଖକୁ ଯାଉଛନ୍ତି। ଆମେ ମଧ୍ୟ ପ୍ରଦେଶସ୍ତରରେ ରାହୁଲଙ୍କ ବାର୍ତ୍ତା ଯେଭଳି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଆବଶ୍ୟକ ସମସ୍ତ ପ୍ରୟାସ କରୁଛୁ। ତାଙ୍କର ଏହି ପ୍ରୟାସ ବର୍ତ୍ତମାନ ଏକ ଜନ ଜାଗରଣର ରୂପ ନେବାକୁ ବସିଲାଣି। ସଙ୍ଗଠନ ସୃଜନ ଅଭିଯାନ ରାହୁଲଙ୍କ ଏକ ଅନନ୍ୟ ପ୍ରୟାସ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ତୃଣମୂଳସ୍ତରରେ ଜିଲା ସଭାପତି ମନୋନୟନ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। କଂଗ୍ରେସ ଦଳର ୩୫ଟି ସାଙ୍ଗଠନିକ ଜିଲା ପାଇଁ ଏଆଇସିସିରୁ ଜଣେ ଏବଂ ପିସିସିରୁ ତିନିଜଣ ଏଭଳି ଚାରିଜଣ ପର୍ଯ୍ୟବେକ୍ଷକ…

Read More