Author: Sarasinee Subudhi

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ତୃଣମୂଳସ୍ତରରେ ସକ୍ରିୟ ହୋଇପାରୁନି। ଅଧିକାଂଶ ଜିଲାରେ ସଭାପତିଙ୍କଠାରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା ସରିଥିଲେ ମଧ୍ୟ ଦଳ ଡବଲ ଇଞ୍ଜିନ ସରକାରକୁ ପ୍ରଭାବଶାଳୀ ଢଙ୍ଗରେ ନିଶାଣ କରିପାରୁନି। ବିଜେଡିର ପ୍ରମୁଖ ରାଜ୍ୟସ୍ତରୀୟ ନେତା ଭୁବନେଶ୍ବରରେ ଶଙ୍ଖ ଭବନ ଓ ନବୀନ ନିବାସ ମଧ୍ୟରେ ସୀମିତ ରହୁଛନ୍ତି। ମଇଦାନରେ ବିଶେ‌ଷ ନଜର ଆସୁନାହାନ୍ତି। ଶଙ୍ଖ ଭବନରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରି କାମ ସାରି ଦେଉଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମଇଦାନକୁ ଓହ୍ଲାଉ ନାହାନ୍ତି। ବିଜେଡିର ନେତୃତ୍ବକୁ ନେଇ ନେତାଠୁ କର୍ମୀ ଏବେ ସନ୍ଦିହାନ ଅବସ୍ଥାରେ। ଫଳରେ ବିଭିନ୍ନ ପଞ୍ଚାୟତରେ ଦଳର ସଂଗଠନ ଦୋହଲିଗଲାଣି। ବିନା ନିର୍ବାଚନରେ ବିଜେପି ଗୋଟିଏ ପରେ ଗୋଟିଏ ବ୍ଲକ୍‌ ହାତେଇ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଶକ୍ତି ବଢ଼ାଇବାରେ ଲାଗିଛି। ଏହା ବିଜେଡି ପାଇଁ ଆଗକୁ ବଡ଼ ଆହ୍ବାନ ଭାବେ ଉଭା ହେବ ବୋଲି କୁହାଯାଉଛି। ରାଜ୍ୟରେ…

Read More